Google ସେବାର ସର୍ତ୍ତାବଳୀ
Google କୁ ସ୍ଵାଗତ!
1. Google ସହିତ ଆପଣଙ୍କର ସମ୍ପର୍କ
1.1 ଆପଣଙ୍କର Google ର ଉତ୍ପାଦନ, ସଫ୍ଟୱେୟାର୍, ସେବାଗୁଡିକ ଏବଂ ୱେବ୍ ସାଇଟ୍ ବ୍ୟବହାର (Google ଦ୍ଵାରା ଆପଣଙ୍କୁ ପୃଥକ ଭାବରେ ଯେକୌଣସି ଲିଖନ ଚୁକ୍ତି ପ୍ରଦାନ କରାଯାଇଥିବା ବ୍ୟତିତ ସଂଗୃହିତ ଭାବରେ "ସେବା” ରୂପେ ଏହି ଡକ୍ୟୁମେଣ୍ଟରେ ରେଫର୍ କରାଯାଇଛି) ଆପଣ ଓ Google ମଧ୍ୟରେ ଏକ ଆଇନ୍ ଆଗତ ଚୁକ୍ତି ଉପରେ ଆଧାରିତ । “Google” ଅର୍ଥ Google Inc., ଯାହାର ବ୍ୟବସାୟିକ ମୂଳ ସ୍ଥାନ ହେଉଛି 1600 ଆମପିଥେଟ୍ରେ ପାର୍କୱେ, ମାଉଣ୍ଟେନ ଭିୟୁ, ସିଏ 94043, ଯୁକ୍ତ ରାଷ୍ଟ୍ର |ଏହି ଡକ୍ୟୁମେଣ୍ଟ ବର୍ଣ୍ଣନା କରେ କିପରି ଚୁକ୍ତି ସୃଷ୍ଟି ହୋଇଛି ଓ ସେହି ଚୁକ୍ତିର କିଛି ସର୍ତ୍ତଗୁଡିକ ସେଟ୍ ହୋଇଛି ।
1.2 ଯଦି ଆପଣ Google ସହ ଲିଖନ ଅକାରରେ ଅନୁବନ୍ଧିତ ହୋଇଛନ୍ତି, ଆପଣଙ୍କର Google ସହ ଚୁକ୍ତିନାମା ସର୍ବଦା ଏକ ସର୍ବନିମ୍ନ, ଏହି ଡକ୍ୟୁମେଣ୍ଟ ବର୍ହିଭୂତରୁ କିଛି ସର୍ତ୍ତ ଓ ଚୁକ୍ତି ଅର୍ନ୍ତଭୂକ୍ତ କରେ | ସେଗୁଡିକୁ "ବିଶ୍ଵସ୍ତରୀୟ ସର୍ତ୍ତ” ରୂପେ ନିମ୍ନରେ ଅନୁସରଣ କରିପାରିବେ ।
1.3 ବିଶ୍ଵବ୍ୟାପୀ ସର୍ତ୍ତାବଳୀକୁ ସମ୍ମିଳିତ, Google ସହିତ ଆପଣଙ୍କର ଚୁକ୍ତି ଏହି ସେବାଗୁଡିକୁ ପ୍ରଯୁଜ୍ୟ ଯେକୌଣସି ଆଇନ୍ ବିଜ୍ଞପ୍ତିଗୁଡିକର ସର୍ତ୍ତାବଳୀ ମଧ୍ୟ ଅନ୍ତର୍ଭୁକ୍ତ ହେବ । ଏହି ସମସ୍ତ ଗୁଡିକ ନିମ୍ନୋକ୍ତ "ଅତିରିକ୍ତ ସର୍ତ୍ତାବଳୀ" ସହିତ ସମ୍ପର୍କିତ | ଯେଉଁଠାରେ ସେବାକୁ ଅତିରିକ୍ତ ସର୍ତ୍ତାବଳୀ ପ୍ରୟୋଗ ହେବ, ସେହି ସେବା ମଧ୍ୟରେ ପଠନ ପାଇଁ ବା ଆପଣଙ୍କ ବ୍ୟବହାରରେ ଏହା ପ୍ରବେଶ ଯୋଗ୍ୟ ହୋଇପାରିବ ।
1.4 ଆପଣଙ୍କର ସେବାଗୁଡିକର ବ୍ୟବହାରକୁ ଆପଣଙ୍କ ଏବଂ Google ସମ୍ପର୍କତା ମଧ୍ୟରେ ଆଇନ ମୂଳକ ଚୁକ୍ତି ସହିତ, ବିଶ୍ଵବ୍ୟାପୀ ସର୍ତ୍ତାବଳୀ, ଅତିରିକ୍ତ ସର୍ତ୍ତାବଳୀ ସହିତ ଏକତ୍ର ରଖୁଛି । ଏହା ଗୁରୁତ୍ଵ ଯେ, ଆପଣ ସମୟ ନେଇ ଗୁରୁତ୍ଵର ସହ ସେଗୁଡିକୁ ପଠନ କରନ୍ତୁ । ସାମୂହିକତାରେ, ଏହି ଆଇନ ଚୁକ୍ତି ନିମ୍ନୋକ୍ତ "ସର୍ତ୍ତାବଳୀ" ଭାବରେ ଅନୁକରଣ କରାଯାଇଛି |
1.5 ଅତିରିକ୍ତ ସର୍ତ୍ତାବଳୀ ଜଣାଉଥିବା ଏବଂ ବିଶ୍ଵବ୍ୟାପୀ ସର୍ତ୍ତାବଳୀ ଜଣାଉଥିବା ମଧ୍ୟରେ ଯଦି କୌଣସି ବିରୋଧୋକ୍ତି ଅଛି, ତେବେ ଅତିରିକ୍ତ ସର୍ତ୍ତାବଳୀ ଏହି ସେବା ସମ୍ପର୍କକୁ ପ୍ରାଧାନ୍ୟରେ ଅଗ୍ରଗଣ୍ୟ ହେବ ।
2. ସର୍ତ୍ତାବଳୀ ଗ୍ରହଣକରି
2.1 ଏହି ସେବାଗୁଡିକୁ ବ୍ୟବହାର କରିବା କ୍ରମାଙ୍କରେ, ଆପଣ ପ୍ରଥମେ ନିଶ୍ଚିତ ଭାବରେ ସର୍ତ୍ତାବଳୀ ଗ୍ରହଣ କରିବାକୁ ପଡିବ । ଯଦି ଆପଣ ସର୍ତ୍ତାବଳୀ ଗ୍ରହଣ ନକରନ୍ତି ଆପଣ ସେବାଗୁଡିକୁ ବ୍ୟବହାର କରିପାରିବେ ନାହିଁ ।
2.2 ଦ୍ଵାରା ଆପଣ ସର୍ତ୍ତାବଳୀ ଗ୍ରହଣ କରିପାରନ୍ତି:
(A) ସର୍ତ୍ତାବଳୀ ରେ ରାଜି ବା ଗ୍ରହଣ କ୍ଲିକ୍ କରି, ଯେକୌଣସି ସେବା ପାଇଁ Google ଉପଭୋକ୍ତା ଇଣ୍ଟର୍ଫେସ୍ ଦ୍ଵାରା ଯେଉଁଠାରେ ଏହି ବିକଳ୍ପ ଆପଣଙ୍କୁ ଉପଲବ୍ଧ ଥିବ; ବା
(B) ପ୍ରକୃତରେ ଏହି ସେବାଗୁଡିକୁ ବ୍ୟବହାର କରିବା ଦ୍ଵାରା | ଏହି ପରିସ୍ଥିତିରେ, ଆପଣ ବୁଝନ୍ତି ଓ ରାଜି ହୁଅନ୍ତି ଯେ Google ସେବାର ଆପଣଙ୍କ ବ୍ୟବହାର ଦ୍ଵାରା ସେହି ସମୟ ପର ଠାରୁ ଆପଣ ସର୍ତ୍ତଗୁଡିକ ଗ୍ରହଣ କରନ୍ତି ।
2.3 ଆପଣ ହୁଏତ ସେବାଗୁଡିକୁ ବ୍ୟବହାର କରିନପାରନ୍ତି ଏବଂ ସର୍ତ୍ତାବଳୀ ଗ୍ରହଣ କରିନପାରନ୍ତି ଯଦି (a) ଆପଣ Google ସହ ଆଇନତଃ ଚୁକ୍ତି ବାଧ୍ୟତାମୂଳକ କରି ନାହାଁନ୍ତି, ବା (b) ଆପଣ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଏହି ସେବାଗୁଡିକୁ ଯୁକ୍ତରାଷ୍ଟ୍ର ଆମେରିକା ବା ଅନ୍ୟ ଦେଶଗୁଡିକ ଯେଉଁ ଦେଶର ଆପଣ ବାସିନ୍ଦା ବା ଆପଣ ଯେଉଁଠାରୁ ଆପଣ ଏହି ସେବାଗୁଡିକୁ ବ୍ୟବହାର କରୁଛନ୍ତି ତା ଠାରୁ ପ୍ରାପ୍ତ ପ୍ରତିରୋଧିତ ହେବେ ।
2.4 ଆପଣ ଜାରି ରଖିବା ପୂର୍ବରୁ, ଆପଣ ନିଶ୍ଚିତଭାବରେ ଆପଣଙ୍କର ବିଶ୍ଵବ୍ୟାପି ସର୍ତ୍ତାବଳୀର ଏକ ସ୍ଥାନୀୟ କପିର ଲିଖିତ ପ୍ରମାଣଗୁଡିକୁ ସଂରକ୍ଷଣ କରନ୍ତୁ ବା ତାର ଏକ ମୁଦ୍ରଣ ରଖନ୍ତୁ ।
3. ସର୍ତ୍ତାବଳୀଗୁଡିକର ଭାଷା
3.1 ଯେଉଁ ଠାରେ Google ଆପଣଙ୍କୁ ସର୍ତ୍ତାବଳୀର ଇଂରାଜୀ ଭାଷା ପାଠାନ୍ତର ସହିତ ଆପଣଙ୍କୁ ତାର ଅନୁବାଦ ପ୍ରଦାନ କରୁଛି, ପରେ ଆପଣ ମାନୁଛନ୍ତି ଯେ ଆପଣଙ୍କ ପାଇଁ ପ୍ରଦାନ କରାଯାଇଥିବା ଅନୁବାଦ ଆପଣଙ୍କୁ ସୁବିଧା କରୁଛି ଏବଂ ସର୍ତ୍ତାବଳୀର ଇଂରାଜୀ ଭାଷା ପାଠାନ୍ତର Google ସହିତ ସମ୍ପର୍କତାରେ ନିୟନ୍ତ୍ରଣ କରିବ ।
3.2 ସର୍ତ୍ତାବଳୀର ଇଂରାଜୀ ଭାଷା ପାଠାନ୍ତର ଏବଂ ଭାଷାନ୍ତର ମଧ୍ୟରେ ଯଦି କିଛି ବିରୋଧୋକ୍ତି ଥାଏ, ତେବେ ଇଂରାଜୀ ଭାଷା ପାଠାନ୍ତରକୁ ଅଗ୍ରଗନ୍ୟତା ଦିଆଯିବ ।
4. Google ଦ୍ଵାରା ସେବାଗୁଡିକର ସର୍ତ୍ତ
4.1 Google ପାଖରେ ସମ୍ପୁର୍ଣ୍ଣ ବିଶ୍ଵ ସ୍ତରରେ ସହାୟକ ଏବଂ ଆଇନତଃ ସ୍ଵୀକୃତି ପ୍ରାପ୍ତ ବିଦ୍ୟମାନ ଅଛି (“ସହାୟକ ଏବଂ ସ୍ଵୀକୃତି ପ୍ରାପ୍ତ”) | କିଛି ସମୟରେ, ଏହି କମ୍ପାନୀମାନେ ଆପଣଙ୍କୁ Google ପକ୍ଷରୁ ସେବା ପ୍ରଦାନ କରିବେ । ଆପଣ ସ୍ଵୀକାର ଏବଂ ମାନିଛନ୍ତି ଯେ ସହାୟକ ଏବଂ ସ୍ଵୀକୃତି ପ୍ରାପ୍ତ ପ୍ରଦାନ କରାଯାଉଥିବା ସେବାଗୁଡିକ ଅଧିକାର ଦିଆଯାଇଛି ।
4.2 Google ତା'ର ଉପଭୋକ୍ତାମାନଙ୍କୁ ଉତ୍ତମ ସମ୍ଭାବ୍ୟ ଅନୁଭୂତି ପ୍ରଦାନ କରିବାକୁ ଅବିରତ କ୍ରମାଙ୍କରେ ପରିବର୍ତ୍ତନ କରୁଛି । ଆପଣ ସ୍ଵୀକାର ଏବଂ ମାନୁଥିବେ ଯେ Google ଆପଣଙ୍କୁ ପ୍ରଦାନ କରୁଥିବା ସେବାଗୁଡିକର ଫର୍ମ୍ ଏବଂ ଲକ୍ଷଣ ଆପଣଙ୍କୁ ଜ୍ଞାତ ନକରାଇ ସମୟ ସମୟରେ ପରିବର୍ତ୍ତନ କରିପାରିବେ ।
4.3 ଏହି ନବୀନ ପ୍ରକ୍ରିୟା ଜାରି ରଖିବାରେ, ଆପଣ ସ୍ଵୀକାର କରିଛନ୍ତି ଏବଂ ମାନିଛନ୍ତି ଯେ Google (ସମ୍ପୁର୍ଣ୍ଣ ଭାବରେ ବା ଅସ୍ଥାୟୀଭାବରେ) ସେବା ପ୍ରଦାନ ବା ସେବାଗୁଡିକ ମଧ୍ୟର ଯେକୌଣସି ବୈଶିଷ୍ଟ୍ୟ) ଆପଣଙ୍କୁ ବା ଉପଭୋକ୍ତାଙ୍କୁ ସାଧାରଣତଃ Google ର ନିଜସ୍ଵ ନିର୍ଦ୍ଦେଶରେ, ଆପଣଙ୍କୁ ବିନା ବିଜ୍ଞପ୍ତିରେ ସ୍ଥଗିତ କରିପାରେ । ଆପଣ ହୁଏତ ଯେକୌଣସି ସମୟରେ ସେବାଗୁଡିକୁ ବ୍ୟବହାର ସ୍ଥଗିତ କରିପାରନ୍ତି । ଆପଣ ଯେତେବେଳେ ସେବାଗୁଡିକୁ ବ୍ୟବହାର କରିବା ସ୍ଥଗିତ କରିବାକୁ ଚାହୁଁଥିବେ ସେତେବେଳେ Google କୁ ସ୍ଵତନ୍ତ୍ର ଭାବରେ ଜଣାଇବା ଆବଶ୍ୟକ ନାହିଁ ।
4.4 ଆପଣ ସ୍ଵୀକାର କରିଛନ୍ତି ଏବଂ ମାନିଛନ୍ତି ଯେ ଯଦି Google ଆପଣଙ୍କୁ ଖାତାକୁ ପ୍ରବେଶ ଅକ୍ଷମ କରେ, ଆପଣ ହୁଏତ ସେବାଗୁଡିକୁ ପ୍ରବେଶ କରିବା ବାଧିତ ହୋଇଛନ୍ତି, ଆପଣଙ୍କର ଆକାଉଣ୍ଟ୍ ବିବରଣୀ ବା ଯେକୌଣସି ଫାଇଲ୍ ବା ଅନ୍ୟ ବିଷୟବସ୍ତୁ ଯାହା ଆପଣଙ୍କର ଖାତା ଧାରଣ କରିଥିବ ।
4.5 ଆପଣ ସ୍ଵୀକାର କରିଛନ୍ତି ଏବଂ ମାନିଛନ୍ତି ଯେ ସେବା ମଧ୍ୟରେ ଆପଣ ପ୍ରେରଣ ଏବଂ ପ୍ରାପ୍ତ ସଞ୍ଚାରିତ କାର୍ଯ୍ୟ ସଂଖ୍ୟା ବା ଯେକୌଣସି ସେବା ପାଇଁ ଚୁକ୍ତି ଏବଂ ଗଚ୍ଛିତ ସ୍ଥାନ ସଂଖ୍ୟା ବର୍ତ୍ତମାନ Google କୌଣସି ନିର୍ଦ୍ଧିଷ୍ଟ ଉଚ୍ଚତର କ୍ଷମତା ସେଟ୍ କରିନାହିଁ, Google ନିର୍ଦ୍ଦେଶରେ ଯେକୌଣସି ସମୟରେ Google ଦ୍ଵାରା ଉଚ୍ଚତର କ୍ଷମତା ନିର୍ଦ୍ଧିଷ୍ଟ କରିପାରେ ।
5. ଆପଣଙ୍କ ଦ୍ଵାରା ସେବାଗୁଡିକର ବ୍ୟବହାର
5.1 ବିଶ୍ଵାସଯୋଗ୍ୟ ସେବାଗୁଡିକୁ ପ୍ରବେଶ କରିବା କ୍ରମାଙ୍କରେ, ଆପଣଙ୍କୁ ହୁଏତ ଆପଣଙ୍କ ସମ୍ଵନ୍ଧରେ ସୂଚନା ପ୍ରଦାନ କରିବାକୁ ପଡିବ (ଯେପରିକି ପରିଚୟ ଏବଂ ଯୋଗାଯୋଗ ସମ୍ପୁର୍ଣ୍ଣ ବିବରଣୀ) ଯାହା ସେବା ପାଇଁ ପଞ୍ଜିକରଣ ବିଭାଗର ଏକ ଅଂଶ, ବା ଆପଣଙ୍କର ଜାରି ରହିଥିବା ସେବାଗୁଡିକର ଏକ ଅଂଶ । ଆପଣ ମାନିଛନ୍ତି ଯେ ଆପଣ Google କୁ ପ୍ରଦାନ କରିଥିବା ଯେକୌଣସି ପଞ୍ଜିକରଣ ସୂଚନା ସଦାବେଳେ ମେଳ ଖାଇବ, ସଠିକ ଏବଂ ଅଦ୍ୟତିତ ହୋଇଥିବ ।
5.2 (କ) ସର୍ତ୍ତାବଳୀ ଏବଂ (ଖ) ଯେକୌଣସି ପ୍ରଯୁଜ୍ୟ ଆଇନ, ବିଧି ବା ସାଧାରଣତଃ ଗ୍ରହଣ ହୋଇଥିବା ପ୍ରଣାଳି ବା ପ୍ରଯୁଜ୍ୟ ଅଧିକାରର ନୀତି ନିୟମ (ଆମେରିକା ଏବଂ ଅନ୍ୟାନ୍ୟ ଉପଯୁକ୍ତ ଦେଶରୁ ରପ୍ତାନୀ ସମ୍ବନ୍ଧୀୟ ଯେକୌଣସି ଆଇନ୍ ଅର୍ନ୍ତଭୂକ୍ତ କରି) ଦ୍ଵାରା ଅନୁମୋଦିତ ଯାହାର ସେବାଗୁଡିକୁ ବ୍ୟବହାର ପାଇଁ ଆପଣ ରାଜି ହୋଇଛନ୍ତି ।
5.3 Google ଦ୍ଵାରା ପ୍ରଦାନ କରାଯାଇଥିବ ଯାହା ଇଣ୍ଟର୍ଫେସ୍ ମାଧ୍ୟମ ଠାରୁ ଯେକୌଣସି ଅର୍ଥ ଦ୍ଵାରା ଯେକୌଣସି ସେବାଗୁଡିକୁ ଆପଣ ପ୍ରବେଶ ନକରିବାକୁ (ବା ପ୍ରବେଶକୁ ଚେଷ୍ଟା) ରାଜି ହୋଇଛନ୍ତି । ଆପଣ ସ୍ଵତନ୍ତ୍ର ଭାବରେ ପ୍ରବେଶ ନକରିବାକୁ (ବା ପ୍ରବେଶକୁ ଚେଷ୍ଟା) ରାଜି ହୋଇଛନ୍ତି ଯେକୌଣସି ସ୍ଵତଃସ୍ପୃତ ଅର୍ଥ (ସ୍କ୍ରିପ୍ଟଗୁଡିକର ବ୍ୟବହାର ବା ୱେବ୍ ହାନୀକାରୀ ସହିତ) ଏବଂ ନିଶ୍ଚିତଭାବରେ ଆପଣ ଆଦେଶା ବଳୀ ପାଳନ କରି ସେବାଗୁଡିକରେ ଉପସ୍ଥିତ ଥିବା ଯେକୌଣସି ରୋବୋଟ୍ .txt ଫାଇଲ୍ ସେଟ୍ ଆଉଟ୍ ଯେକୌଣସି ସ୍ଵତଃସ୍ପୃତ ମାଧ୍ୟମରେ ଯେକୌଣସି ସେବାଗୁଡିକ ।
5.4 ଆପଣ ରାଜି ହୋଇଛନ୍ତି ଯେ ଆପଣ କୌଣସି କାର୍ଯ୍ୟକଳାପ ଯାହା ସେବାଗୁଡିକୁ ଭାଙ୍ଗୁଥିବ ବା ସହିତ ହସ୍ତକ୍ଷେପ କରୁଥିବ (ବା ସେବାଗୁଡିକୁ ସର୍ଭର ଏବଂ ନେଟ୍ୱାର୍କ୍ଗୁଡିକ ଯାହା ସଂଯୋଜିତ ହୋଇଥିବ) ସେପରି କୌଣସି କର୍ମ ଲିପ୍ତ ହେବେ ନାହିଁ ।
5.5 ଆପଣ Google ସହିତ ଭିନ୍ନ ଭାବରେ ଚୁକ୍ତି ନକରିବା ଏବଂ ନିର୍ଦ୍ଧିଷ୍ଟ ଭାବରେ ଅନୁମତି ନକରିବା ପର୍ଯ୍ୟନ୍ତ, ଆପଣ ରାଜି ହୋଇଛନ୍ତି ଯେ ପୁନଃ ଉତ୍ପାଦନ, ନକଲ, ବିକ୍ରି, ବ୍ୟବସାୟ ବା ପୁନଃ ବିକ୍ରୟ କୌଣସି ଉଦ୍ଦେଶ୍ୟରେ କରିପାରିବେ ନାହିଁ ।
5.6 ଆପଣ ରାଜି ହୋଇଛନ୍ତି ଯେ ଆପଣ ନିଜେ ଯେକୌଣସି ସର୍ତ୍ତାବଳୀରେ ଏବଂ ଉଲ୍ଲଂଘନ ପରିଣାମ ପାଇଁ (ଯେକୌଣସି କ୍ଷତି ବା ନଷ୍ଟ ଯାହା ଦ୍ଵାରା Google କଷ୍ଟ ଭୋଗିବ) ଏପରି ଯେକୌଣସି ଉଲ୍ଲଂଘନ (ଏବଂ ଯାହା Google ଆପଣଙ୍କର କୌଣସି ଦାୟିତ୍ଵ ବା କୌଣସି ତୃତୀୟ ପକ୍ଷ ପାଇଁ ନେବ ନାହିଁ) ।
6. ଆପଣଙ୍କର ପାସ୍ୱାର୍ଡ୍ ଏବଂ ଆକାଉଣ୍ଟ୍ ସୁରକ୍ଷା
6.1 ଆପଣ ସେବା ପ୍ରବେଶ କରିବା ପାଇଁ ବ୍ୟବହାର କରୁଥିବା ଯେକୌଣସି ଖାତା ସହିତ ସଂଶ୍ଳିଷ୍ଟ ପାସ୍ୱାର୍ଡ୍ର ଗୋପନୀୟତା ପାଳନ କରିବା ର ଦାୟିତ୍ଵ ପାଇଁ ଆପଣ ରାଜି ଏବଂ ସହମତ ହୋଇଛନ୍ତି ।
6.2 କଥା ଅନୁସାରେ, ଆପଣଙ୍କ ଖାତାରେ ସଂଘଟିତ ହେଉଥିବା ସମସ୍ତ କାର୍ଯ୍ୟକଳାପ ପାଇଁ Google କୁ ନିଜେ ଉତ୍ତରଦାୟୀ ରହିବାକୁ ଆପଣ ରାଜି ହୋଇଛନ୍ତି ।
6.3 ଯଦି ଆପଣଙ୍କର ପାସ୍ୱାର୍ଡ୍ ବା ଆପଣଙ୍କର ଖାତା କୌଣସି ଅଣସ୍ଵୀକୃତଭାବରେ ବ୍ୟବହାର ହେଉଥିବା ଆପଣ ଜାଣୁଛନ୍ତି, ଆପଣ ଯଥା ଶୀଘ୍ର Google କୁ ଜଣାଇବାକୁ ରାଜି ହୋଇଛନ୍ତି ଏଥିରେ http://www.google.com/support/accounts/bin/answer.py?answer=58585.
7. ଗୋପନୀୟତା ଏବଂ ଆପଣଙ୍କର ବ୍ୟକ୍ତିଗତ ସୂଚନା
7.1 Google ର ଡାଟା ପ୍ରତିରୋଧ ପଦ୍ଧତି ସମ୍ଵନ୍ଧରେ ଅଧିକ ସୂଚନା ପାଇଁ, ଦୟାକରି ନିମ୍ନରେ Google ଗୋପନୀୟତା ନୀତି ପଠନ କରନ୍ତୁ http://www.google.com/privacy.html. ଏହି ନୀତି ବ୍ୟାଖ୍ୟା କରୁଛି ଯେ ଯେତେବେଳେ ଆପଣ ସେବାଗୁଡିକୁ ବ୍ୟବହାର କରୁଛନ୍ତି ସେତେବେଳେ Google କିପରି ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ବ୍ୟବହାର କରୁଛି ଏବଂ ଆପଣଙ୍କର ଗୋପନୀୟତା ସୁରକ୍ଷା କରୁଛି ।
7.2 Google ଗୋପନୀୟତା ନୀତିଗୁଡିକ ସହିତ ଆପଣଙ୍କର ଡାଟା ସମାନତା ବ୍ୟବହାର କରିବାକୁ ଆପଣ ରାଜି ହୋଇଛନ୍ତି ।
8. ସେବାଗୁଡିକର ବିଷୟବସ୍ତୁ
8.1 ଆପଣ ବୁଝୁଛନ୍ତି ଯେ ସମସ୍ତ ସୂଚନା (ଯେପରିକି ଡାଟା ଫାଇଲ୍, ଲିଖିତ ପାଠ, କମ୍ପ୍ୟୁଟର ସଫ୍ଟୱେୟାର୍, ସଂଗୀତ, ଅଡିଓ ଫାଇଲ୍ଗୁଡିକ କିମ୍ବା ଅନ୍ୟ ଧ୍ଵନି ଗୁଡ଼ିକ, ଫୋଟୋଗ୍ରାଫ୍, ଭିଡିଓ ଏବଂ ଅନ୍ୟ ପ୍ରତିଛବିଗୁଡିକ) ଯାହାକୁ ଆପଣ ଏକ ଅଂଶ ଭାବରେ ପ୍ରବେଶ ବା ଆପଣଙ୍କ ବ୍ୟବହାର ମାଧ୍ୟମରେ, ସେବାଗୁଡିକ ବ୍ୟକ୍ତିର ନିଜସ୍ଵ ଦାୟିତ୍ଵ ଯାହା ଠାରୁ ଏପରି ବିଷୟବସ୍ତୁ ଆରମ୍ଭ ହୋଇଥିବ । ଏପରି ସମସ୍ତ ସୂଚନାଗୁଡିକ ନିମ୍ନୋକ୍ତ "ବିଷୟବସ୍ତୁ" କୁ ଉଲ୍ଲେଖିତ ହୋଇଥିବ ।
8.2 ଆପଣ ସତର୍କ ହେବା ଜରୁରୀ ଯେ ଆପଣଙ୍କୁ ଉପସ୍ଥାପିତ ବିଷୟ ସେବାର ଏକ ଅଂଶ, ବିଜ୍ଞାପନଗୁଡିକ ଅର୍ନ୍ତଭୂକ୍ତ କରେ କିନ୍ତୁ ସୀମିତ କରେ ନାହିଁ ଏବଂ ସେବାରେ ଥିବା ପ୍ରାୟୋଜକ ବିଷୟ ଚୁକ୍ତି ସମ୍ବନ୍ଧୀୟ ଗୁଣଧର୍ମ ଅଧିକାର ଅନୁଯାୟୀ ସୁରକ୍ଷିତ ରହି ପାରେ ଯାହା ପ୍ରାୟୋଜକ କିମ୍ବା ବିଜ୍ଞାପନ ଦାତାଙ୍କ ଦ୍ଵାରା ମାଲିକାନା ହାସଲ ହୋଇଥାଏ ଯେଉଁମାନେ Googleକୁ ସେହି ବିଷୟ ପ୍ରଦାନ କରିଥାନ୍ତି (କିମ୍ବା ତାଙ୍କ ବଦଳରେ ଅନ୍ୟ ବ୍ୟକ୍ତି ବା କମ୍ପାନୀ) । , ଆପଣ ହୁଏତ ପରିବର୍ତ୍ତନ, ଭଡାରେ, ଠିକାରେ, ଉଧାରରେ, ବିକ୍ରି କରି, ବିତରଣ ବା ଏହି ବିଷୟବସ୍ତୁ (ହୁଏତ ସମସ୍ତରେ ବା ଏକ ଭାଗରେ) ରେ ଆଧାରିତ କାର୍ଯ୍ୟଗୁଡିକୁ କୃତ୍ରିମ ଭାବରେ ସୃଷ୍ଟି କରିପାରିବେ ନାହିଁ, ଯେ ପର୍ଯ୍ୟନ୍ତ ଏକ ଭିନ୍ନ ଚୁକ୍ତିରେ ଆପଣଙ୍କୁ ବିଷୟବସ୍ତୁ ମାଲିକ ଦ୍ଵାରା ବା Google ଦ୍ଵାରା ସ୍ଵତନ୍ତ୍ର ଭାବରେ କୁହା ନଯାଇଥିବ ।
8.3 ଯେକୌଣସି ସେବା ଠାରୁ , ସମସ୍ତ ବିଷୟବସ୍ତୁ ବା ଯେକୌଣସି ,ଅପସାରଣ ବା ଅସ୍ଵୀକାର, ପରିବର୍ତ୍ତନ, ଫିଲ୍ଟର୍, ଫ୍ଳାଗ୍, ସମୀକ୍ଷା, ପୂର୍ବ- ସ୍କ୍ରିନ୍ କରିବାର ଅଧିକାର Google ସଂରକ୍ଷିତ କରି ରଖିଛି (କିନ୍ତୁ କୌଣସି ଆଇନଗତ ବାଧ୍ୟତା ନାହିଁ) । କିଛି ସେବାଗୁଡିକ ପାଇଁ, Google ହୁଏତ ଯୌନ ସମ୍ପର୍କିୟ ବିଷୟବସ୍ତୁ ସ୍ପଷ୍ଟ ଭାବରେ ଫିଲ୍ଟର୍ କରି ବାହାର କରିବାକୁ କିଛି ଟୁଲ୍ ପ୍ରଦାନ କରିଥିବ| ଏହି ଉପକରଣଗୁଡିକ ସୁରକ୍ଷା ସନ୍ଧାନ ଅଗ୍ରାଧିକାର ସେଟିଂ ଗୁଡିକ ପାଇଁ ମିଶାଇଛି (http://www.google.com/help/customize.html#safe ଦେଖନ୍ତୁ) | ସଙ୍କଳନରେ, ଆପଣ ହୁଏତ ଅନୁଚିତ ପଦାର୍ଥ ପ୍ରବେଶ କ୍ଷମତା ସନ୍ଧାନ କରିବାକୁ ସେବାଗୁଡିକ ଏବଂ ସଫ୍ଟୱେୟାର୍ ବ୍ୟବସାୟିକ ଭାବରେ ଉପଲବ୍ଧ ଅଛି ।
8.4 ଆପଣ ଜାଣିଛନ୍ତି ଯେ ସେବାଗୁଡିକୁ ବ୍ୟବହାର କରିବା ଦ୍ଵାରା ଆପଣ ହୁଏତ କିଛି ବିଷୟବସ୍ତୁକୁ ଅନାବୃତ କରିବେ ଯାହାକୁ ଆପଣ ଅପମାନଜନକ, ଅଭଦ୍ର ବା ଅନୁଚିତ ଭାବେ ପାଇବେ ଏବଂ ତାହା, ଏହି କ୍ରମାଙ୍କରେ, ଆପଣ ଆପଣଙ୍କ ନିଜସ୍ଵ ଦାୟିତ୍ଵରେ ସେବାଗୁଡିକୁ ବ୍ୟବହାର କରିବେ ।
8.5 ଆପଣ ରାଜି ହୋଇଛନ୍ତି ଯେ ଆପଣଙ୍କ ଦ୍ଵାରା ସୃଷ୍ଟି, ସଂଚାରିତ ବା ବ୍ୟବହାର ସମୟରେ ପ୍ରଦର୍ଶିତ ସେବାଗୁଡିକ ଏବଂ ଆପଣଙ୍କର କ୍ରିୟାଗୁଡିକର ପରିଣାମ (ଯେକୌଣସି କ୍ଷତି ବା ନଷ୍ଟ ଯାହା ଦ୍ଵାରା କି Google କଷ୍ଟ ଉଠେଇବ ) ଏବଂ ଏହା କରିବା ଦ୍ଵାରା ହୋଇଥିବା କୌଣସି ବିଷୟବସ୍ତୁ (ଏବଂ ଆପଣ ନିଜେ ବା କୌଣସି ତୃତୀୟ ପକ୍ଷ ପାଇଁ Google କୌଣସି ଦାୟିତ୍ଵ ଭାର ନେବ ନାହିଁ) ପାଇଁ ନିଜେ ଦାୟିତ୍ଵ ନେଇଛନ୍ତି ।
9. ମାଲିକାନାର ଅଧିକାରଗୁଡିକ
9.1 ଆପଣ ପ୍ରାପ୍ତିପତ୍ର ଦିଅନ୍ତି ଓ ରାଜି ହୁଅନ୍ତି ଯେ Google (କିମ୍ବା Googleର ଲାଇସେନ୍ସ କର୍ତ୍ତା) ଯେକୌଣସି ସର୍ତ୍ତ ସମ୍ବନ୍ଧୀୟ ଗୁଣଧର୍ମ ଅଧିକାର ଯାହା ସେବାରେ ରହିଥାଏ (ଯଦିଓ ସେହି ଅଧିକାରଗୁଡିକ ପଞ୍ଜିକୃତ ହୋଇଥାନ୍ତି ବା ନଥାନ୍ତି ତଥା ବିଶ୍ଵର ସର୍ବତ୍ର ସେହି ଅଧିକାରଗୁଡ଼ିକ ବିଦ୍ୟମାନ ଥାଆନ୍ତି) ତାହା ଅର୍ନ୍ତଭୂକ୍ତ କରି ସେବା ଓ ଏଥିରେ ଥିବା ଉପଲବ୍ଧି, ସମସ୍ତ ଆଇନ୍ଗତ ଅଧିକାର, ଟାଇଟଲ୍ର ମାଲିକ ଅଟେ । ଏଥି ସହ ଆପଣ ପ୍ରାପ୍ତିପତ୍ର ଦିଅନ୍ତି ଯେ ସେବାଟି ଏପରି ସୂଚନା ଧାରଣ କରେ ଯାହା Google ଦ୍ଵାରା ଗୋପନୀୟ ଭାବେ ନିର୍ମିତ ହୋଇଥାଏ ଓ ତାହା ଆପଣ Googleର ଲିଖନ ପ୍ରତିଶ୍ରୁତି ବିନା କୌଣସି ସ୍ଥାନରେ ପ୍ରକାଶ କରିବେ ନାହିଁ ।
9.2 ଯଦିଓ Google ସହ ଲିଖନ ବିନା ଯଦି ଆପଣ ରାଜି ହୋଇଛନ୍ତି, ତଥାପି ଚୁକ୍ତିରେ କିଛି Googleର କୌଣସି ଟ୍ରେଡ୍ ନାମ, ଟ୍ରେଡ୍ ମାର୍କ ଓ ଅନ୍ୟାନ୍ୟ ସ୍ଵତନ୍ତ୍ର ବ୍ରାଣ୍ଡ ବୈଶିଷ୍ଟ୍ୟ ବ୍ୟବହାର କରିବାକୁ ଅଧିକାର ଦିଏ ନାହିଁ ।
9.3 ଯଦି ଆପଣଙ୍କୁ Google ସହ ଲିଖନ ଚୁକ୍ତିନାମାରେ ଏହି ସବୁ ବ୍ରାଣ୍ଡ ବୈଶିଷ୍ଟ୍ୟଗୁଡିକର ବ୍ୟବହାରକୁ ନେଇ ଏକ ସ୍ଵତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି, ତେବେ ଆପଣ ରାଜି ହୁଅନ୍ତି ଯେ ସେହି ଚୁକ୍ତିନାମା ତଥା ଏହା ଉପରେ ପ୍ରୟୋଗ ଯେକୌଣସି ଚୁକ୍ତିନାମା, ଓ ସମୟ ଅନୁସାରେ Googleର ବ୍ରାଣ୍ଡ ବିଶେଷତାଗୁଡିକ ଅପ୍ଡେଟ୍ ହେଉଥିବା ଅନୁଯାୟୀ ଏହି ସମସ୍ତ ବୈଶିଷ୍ଟ୍ୟଗୁଡିକର ବ୍ୟବହାର ଆପଣ କରିବେ । ଏହି ଗାଇଡ୍ଲାଇନ୍ଗୁଡିକ ଅନ୍ଲାଇନ୍ରେ http://www.google.com/permissions/guidelines.html ରେ ଦେଖାଯାଇ ପାରିବ (କିମ୍ବା ଅନ୍ୟାନ୍ୟ URL ଯେପରିକି Google ସମୟାନୁସାରେ ଏହି ଉଦ୍ଦେଶ୍ୟରେ ପ୍ରଦାନ କରିପାରେ) ।
9.4 ଧାରା 11 ରେ ବାହାରର ସ୍ଵଳ୍ପ ଲାଇସେନ୍ସ ଠାରୁ ଅଲଗା, Google ସ୍ଵୀକାର ଏବଂ ମାନିଛି ଯେ ଏହା ସଠିକରେ ରହିବ, ଆପଣଙ୍କ ଠାରୁ (ବା ଆପଣଙ୍କର ଲାଇସେନ୍ସ ଧାରକ ଠାରୁ) ଆଖ୍ୟା ବା ଉଦ୍ବେଗ, ଏହି ସର୍ତ୍ତଗୁଡିକ ତଳେ ବା ଆପଣଙ୍କ ଉପସ୍ଥାପନା କରିଥିବା ଯେକୌଣସି ବିଷୟ, ପୋଷ୍ଟ, ଟ୍ରାନ୍ସ୍ମିଟ୍ ବା ପ୍ରଦର୍ଶିତ, ବା ମାଧ୍ୟମରେ, ସେବାଗୁଡିକ, ଯେକୌଣସି ଜ୍ଞାନ, ସମ୍ପୁର୍ଣ୍ଣ ଅଧିକାରଗୁଡିକ ଯାହା ସେହି ବିଷୟରେ ବଞ୍ଚି ରହିଛି (ହୁଏତ ସେହି ଅଧିକାରଗୁଡିକ ପଞ୍ଜିକୃତ ହୋଇଥିବ ବା ନଥିବ ଏବଂ ସେହି ଅଧିକାରଗୁଡିକ ବିଦ୍ୟମାନ ଥିବ ବା ନଥିବ) । ଯଦି ଆପଣ Google ସହ ଲିଖନ ବ୍ୟତିତ ଅନ୍ୟ ଉପାୟରେ ଅନୁବନ୍ଧିତ ହୋଇଛନ୍ତି, ଆପଣ ରାଜି ହୋଇଛନ୍ତି ଯେ ସେହି ଅଧିକାରଗୁଡିକର ଦାୟିତ୍ଵର ସୁରକ୍ଷା ଭାର ଆପଣ ବହନ କରନ୍ତି ଓ ଯାହା ଉପରେ Google ଆପଣଙ୍କ ପାଇଁ ଦାୟୀ ରହିବ ନାହିଁ ।
9.5 ଆପଣ ରାଜିହୁଅନ୍ତି ଯେ ଆପଣ କୌଣସି ଅଧିକାର ନୋଟିସ୍ (କପିରାଇଟ୍ ଓ ଟ୍ରେଡ୍ ମାର୍କ ନୋଟିସ୍ ଅନ୍ତର୍ଭୂକ୍ତ କରି) ଅପସାରଣ, ଅନିଷ୍ଟ ବା ପରିବର୍ତ୍ତନ କରିବେ ନାହିଁ ଯାହା ଏହି ସେବା ଭିତରେ ଅଛି ବା ସେବା ଧାରଣ କରେ ।
9.6 ଯଦି ଓ ଆପଣ Google ଦ୍ଵାରା ଏପରି କରିବାକୁ ଅଧିକାର ପ୍ରାପ୍ତ ହୋଇଛନ୍ତି, ଆପଣ ରାଜି ହୁଅନ୍ତି ଯେ ଏହି ସେବାର ବ୍ୟବହାରରେ, ଆପଣ କୌଣସି ଟ୍ରେଡ୍ ମାର୍କ, ସେବା ମାର୍କ, ଟ୍ରେଡ୍ ନାମ, କୌଣସି କମ୍ପାନୀର କିମ୍ବା ସଂଗଠନର ଲୋଗୋ ଯାହର ଚିହ୍ନ, ନାମ କିମ୍ବା ଲୋଗୋ ମାଲିକାନା ଉପରେ ଦ୍ଵନ୍ଦ ସୃଷ୍ଟି କରେ ତାହା ବ୍ୟବହାର କରିବେ ନାହିଁ ।
10. Google ଠାରୁ ଲାଇସେନ୍ସ
10.1 Google ଦ୍ଵାରା ପ୍ରଦାନ କରାଯାଇଥିବା ସଫ୍ଟୱେୟାରର (ନିମ୍ନୋକ୍ତ "ସଫ୍ଟୱେୟାର" ରେଫର୍ କରି) Google ସେବାର ଏକ ଅଂଶ ଭାବରେ ବ୍ୟବହାର କରିବାକୁ Google ଆପଣଙ୍କୁ ଏକ ବ୍ୟକ୍ତିଗତ, ବିଶ୍ଵବ୍ୟାପ୍ତି, ରୟଲିଟି-ମୁକ୍ତ, ଅଣ ନ୍ୟସ୍ତ ଜନିତ ଓ ଅଣ-ସ୍ଵତନ୍ତ୍ର ଲାଇସେନ୍ସ ପ୍ରଦାନ କରେ । ଏହି ଲାଇସେନ୍ସ Google ଦ୍ଵାରା ପ୍ରଦାନ କରାଯାଇଥିବା ସେବାକୁ ଉପଭୋଗ କରିବା ତଥା ଲାଭ ଉଠାଇବାରେ ଆପଣଙ୍କୁ ସକ୍ଷମ କରିବାର ଉଦ୍ଦେଶ୍ୟରେ ଆପଣଙ୍କୁ ପ୍ରଦାନ କରାଯାଇଛି, ଯାହା ସର୍ତ୍ତ ଅନୁଯାୟୀ ଅନୁବନ୍ଧିତ ।
10.2 ଆପଣ କପି, ରୂପାନ୍ତର, ସମାନ ପ୍ରକାର କାମର ସୃଷ୍ଟି, ବିପରୀତ ଇଞ୍ଜିନିଅର, ଅନିଷ୍ଟ ବା ଏହାର ମୂଳ କୋଡ୍କୁ ବା ଏହାର କୌଣସି ଅଂଶ ବାହର କରିବାକୁ ଉଦ୍ୟମ କରି ନପାରନ୍ତି (ଏବଂ ଆପଣ ଆଉ କାହାକୁ ମଧ୍ୟ ଅନୁମତି ପ୍ରଦାନ କରିପାରିବେନି), ଯଦି ଏପରି କରନ୍ତି ଏହା ନିୟମ ଅନୁସାରେ ଅନୁମତି ପ୍ରାପ୍ତ ହୋଇଥିବା ଆବଶ୍ୟକ, କିମ୍ବା ଆପଣଙ୍କୁ Google ଦ୍ଵାରା ଲିଖନ ଆକାରରେ ତାହା କରିବାକୁ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଥିବ ।
10.3 ଯଦି Google ଆପଣଙ୍କୁ ଏପରି କରିବାକୁ ଏକ ଲିଖନ ଅନୁମତି ଦେଇଛି, ସଫ୍ଟୱେୟାର ବ୍ୟବହାର (କିମ୍ବା ଉପ-ଲାଇସେନ୍ସମଞ୍ଜୁର) କରିବାର ଅଧିକାର, ବା ସଫ୍ଟୱେୟାରର ବ୍ୟବହାର ନେଇ ଆପଣଙ୍କ ଅଧିକାରରେ ଏକ ସୁରକ୍ଷା ଭାର ମଞ୍ଜୁର, ବା କୌଣସି ତୃତୀୟ ପକ୍ଷଙ୍କୁ ଆପଣ ସଫ୍ଟୱେୟାର ର ବ୍ୟବହାର ପାଇଁ ଅଧିକାର ସ୍ଥାନାନ୍ତର କରିବାର ଅଧିକାର ଆପଣଙ୍କୁ ପ୍ରଦାନ କରାଯାଇ ପାରିବ ନାହିଁ ।
11. ଆପଣଙ୍କ ଠାରୁ ବିଷୟ ଲାଇସେନ୍ସ
11.1 ଆପଣ ଯେଉଁଟି ସେବା ମାଧ୍ୟମରେ, ପ୍ରଦର୍ଶନ ଦ୍ଵାରା କିମ୍ବା ପୋଷ୍ଟରେ ଉପସ୍ଥାପନା କରନ୍ତି, ଆପଣ ଧରି ରଖିବା ସତ୍ତ୍ଵାଧିକାର ଓ ଅନ୍ୟାନ୍ୟ ଅଧିକାରଗୁଡିକୁ ପୂର୍ବରୁ ଆପଣ ସେହି ଅନ୍ତର୍ନିହିତ ବସ୍ତୁରେ ଧାରଣ କରିଛନ୍ତି । ଆପଣ ସେବା ମାଧ୍ୟମରେ, ଉପସ୍ଥାପନା, ପୋଷ୍ଟ, କିମ୍ବା ପ୍ରଦର୍ଶନ ଜରିଆରେ ଯେକୌଣସି ଅନ୍ତର୍ନିହିତ ବସ୍ତୁକୁ ପୁନଃ ପ୍ରକାଶ, ଅବଲମ୍ବନ, ରୂପାନ୍ତର, ଅନୁବାଦ, ପ୍ରକାଶ, ପ୍ରକାଶ୍ୟ ସମ୍ପନ୍ନ, ପ୍ରକାଶ୍ୟ ପ୍ରଦର୍ଶନ, ତଥା ବିତରଣ କରିବା ସକାଶେ ଅନ୍ତର୍ନିହିତ ବସ୍ତୁଟିକୁ ଆପଣ ଉପସ୍ଥାପନା, ଡାକ ଦ୍ଵାରା ପ୍ରେରଣ, କିମ୍ବା ପ୍ରଦର୍ଶନକାରି Google କୁ ଏକ ନିରନ୍ତର, ଅଟଳ, ବିଶ୍ଵସ୍ତରୀୟ, ପ୍ରଭୁତ୍ଵ-ମୁକ୍ତ ତଥା ଅନନ୍ୟ-ଲାଇସେନ୍ସ ରହିତରେ ପ୍ରଦାନ କରନ୍ତୁ । ଉକ୍ତ ସେବାର ଅତିରିକ୍ତ ସର୍ତ୍ତରେ ବର୍ଣ୍ଣିତ ପ୍ରକାରେ, ପ୍ରଦର୍ଶନ, ବିତରଣ ତଥା ଉନ୍ନତ କରିବା ତଥା ନିର୍ଦ୍ଦିଷ୍ଟ ସେବାରୁ ପ୍ରତ୍ୟାହାର କରିବା ସକାଶେ Google କୁ ସକ୍ଷମ କରିବା ଏହି ଲାଇସେନ୍ସର ଏକମାତ୍ର ଉଦ୍ଦେଶ୍ୟ ।
11.2 ଆପଣ ସ୍ଵୀକାର କରନ୍ତି ଯେ ଉକ୍ତ ଅନ୍ତର୍ନିହିତ ବସ୍ତୁକୁ ସେହି ଅନ୍ୟ କମ୍ପାନୀ, ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଯେଉଁଗୁଡିକ ସହିତ Google ର ସଂଗଠିତ ସମିତି ସେବା ବନ୍ଦୋବସ୍ତ ସମ୍ପର୍କିୟତା ଏବଂ ଉକ୍ତ ସେବାର ବନ୍ଦୋବସ୍ତ ସହ ସମ୍ପୃକ୍ତ ଥାଇ ଏହି ପ୍ରକାର ଅନ୍ତର୍ନିହିତ ବସ୍ତୁ ଉପଯୋଗ କରିବା ସକାଶେ ଉପଲବ୍ଧ କରାଇବା ନିମନ୍ତେ Google ପାଇଁ ଏହି ଲାଇସେନ୍ସ ଏକ ଅଧିକାର ଅନ୍ତର୍ଭୁକ୍ତ କରିଥାଏ ।
11.3 ଆପଣ ବୁଝିପାରନ୍ତି ଯେ Google, ଆମର ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବା ନିମନ୍ତେ ଆବଶ୍ୟକୀୟ ବୈଷୟିକ ପଦକ୍ଷେପ ସମ୍ପନ୍ନ କରେ (କ) ବିଭିନ୍ନ ସର୍ବସାଧାରଣ ନେଟ୍ୱାର୍କ ଓ ବିଭିନ୍ନ ମିଡିଆରେ ଆପଣଙ୍କର ଅନ୍ତର୍ନିହିତ ବସ୍ତୁକୁ ପ୍ରସାର କିମ୍ବା ବିତରଣ କରିପାରେ; ଏବଂ (ଖ) ସଂଯୋଜନ ନେଟ୍ୱାର୍କ, କୌଶଳ ସେବା କିମ୍ବା ମିଡିଆର ବୈଷୟିକ ଆବଶ୍ୟକତା ଅନୁଯାୟୀ ସେହି ଅନ୍ତର୍ନିହିତ ବସ୍ତୁକୁ ଉପଯୋଗୀ ଓ ଅବଲମ୍ବନ କରିବା ସକାଶେ ପ୍ରୟୋଜନ ହେତୁ ଆପଣଙ୍କର ଅନ୍ତର୍ନିହିତ ବସ୍ତୁ ସହିତ ଉକ୍ତ ପରିବର୍ତ୍ତନ ଗୁଡିକ କରିଥାଏ । ଆପଣ ସ୍ଵୀକାର କରନ୍ତି ଯେ Google କୁ ଉକ୍ତ କ୍ରିୟାଗୁଡିକୁ ଗ୍ରହଣ କରିବା ସକାଶେ ଏହି ଲାଇସେନ୍ସ ଅନୁମତି ଦେବ ।
11.4 ଉପରୋକ୍ତ ଲାଇସେନ୍ସ ଅନୁମୋଦନ କରିବା ନିମନ୍ତେ ଆପଣଙ୍କର ଆବଶ୍ୟକୀୟ କ୍ଷମତା ଓ ଅଧିକାର ଥିବା ଆପଣ Google କୁ ସୁନିଶ୍ଚିତ ଓ ପ୍ରମାଣିତ କରାନ୍ତୁ ।
12. ସଫ୍ଟୱେୟାର୍ ଅଦ୍ୟତନ ଗୁଡିକ
12.1 ଆପଣ ଯେଉଁ ସଫ୍ଟୱେୟାର୍ଟି ବ୍ୟବହାର କରନ୍ତି ତାହା Google ରୁ ସମୟ ସମୟରେ ସ୍ଵତଃସ୍ପୃତଭାବେ ଅଦ୍ୟତନ ଗୁଡିକୁ ଡାଉନ୍ଲୋଡ ଓ ସଂସ୍ଥାପନ କରିପାରେ । ଏହି ଅଦ୍ୟତନ ଗୁଡିକ ସେବାର ଉନ୍ନତ, ସଂପ୍ରସାରଣ, ତଥା ପୁନର୍ବିକାଶ ସକାଶେ ପରିକଳ୍ପିତ ଅଟେ ତଥା ବଗ୍ସ୍ଥିରତା, ସଂପ୍ରସାରିତ ପ୍ରକାର୍ଯ୍ୟ, ନୂତନ ସଫ୍ଟୱେୟାର୍ ମଡ୍ୟୁଲ୍ଗୁଡିକୁ ଓ ସଂପୂର୍ଣ୍ଣ ରୂପେ ନୂତନ ସଂସ୍କରଣର ରୂପ ଗ୍ରହଣ କରିପାରେ । ଆପଣ ଉକ୍ତ ଅଦ୍ୟତନଗୁଡିକୁ (ତଥା ଏହି ଗୁଡିକୁ ଆପଣଙ୍କୁ ଯୋଗାଇବା ନିମନ୍ତେ Google କୁ ଅନୁମତି ଦେବା) ଆପଣଙ୍କର ସେବାର ଏକ ଅଂଶ ରୂପେ ଉପଯୋଗ କରିବା ସକାଶେ ଆପଣ ସ୍ଵୀକାର କରନ୍ତି ।
13. Google ସହିତ ଆପଣଙ୍କ ସମ୍ପର୍କ ସମାପନ
13.1 ନିମ୍ନ ପ୍ରଦର୍ଶିତ ପ୍ରକାରେ ଏକେତ ଆପଣଙ୍କ ଦ୍ଵାରା ବା Google ଦ୍ଵାରା ସମାପ୍ତି ନ ହେବା ପର୍ଯ୍ୟନ୍ତ ସର୍ତ୍ତଗୁଡିକର ପ୍ରୟୋଗ ଅବ୍ୟାହତ ରହିବ ।
13.2 ଯଦି ଆପଣ Google ସହ ଆପଣଙ୍କର ଆଇନ ସଙ୍ଗତ ଚୁକ୍ତିନାମା ସମାପ୍ତ କରିବା ଚାହାନ୍ତି, ତେବେ ଆପଣ ଏହିପରି କରିପାରନ୍ତି (କ) ଯେକୌଣସି ସମୟରେ Google କୁ ସୂଚନା ପ୍ରଦାନ କରି (ଖ) ଆପଣ ବ୍ୟବହାର କରୁଥିବା ସମସ୍ତ ସେବା ବନ୍ଦ କରିବା ନିମନ୍ତେ ଆପଣ ଆପଣଙ୍କର ଖାତା ବନ୍ଦ କରନ୍ତୁ, ସେଠାରେ ଯେଉଁଠି Google ଆପଣଙ୍କ ସକାଶେ ଏହି ବିକଳ୍ପଟି ଉପଲବ୍ଧ କରାଇଥାଏ । ସର୍ତ୍ତାବଳୀର ପ୍ରାରମ୍ଭରେ ପ୍ରଦତ୍ତ Googleର ସେହି ଠିକଣା ପ୍ରକାରେ, ଆପଣଙ୍କର ସୂଚନା, ଲିଖିତ ଭାବରେ ପ୍ରେରିତ ହେବା ଆବଶ୍ୟକ ।
13.3 ଯେକୌଣସି ସମୟରେ Google, ଆପଣଙ୍କ ସହିତ ଏହାର ଆଇନ ସଙ୍ଗତ ଚୁକ୍ତିନାମା ସମାପ୍ତ କରିପାରେ ଯଦି :
(କ) ଆପଣଙ୍କ ସର୍ତ୍ତାବଳୀର କୌଣସି ବନ୍ଦୋବସ୍ତକୁ ଅତିକ୍ରମିତ କରିଛନ୍ତି (ବା ଆଚରଣରେ ଅଭିନୀତ ଯେଉଁଟି ପୂର୍ଣ୍ଣ ରୂପେ ଏହା ପ୍ରକାଶ କରିଥାଏ ଯେ, ଆପଣ ଏଥି ସକାଶେ ଅନିଚ୍ଛୁକ, କିମ୍ବା ସର୍ତ୍ତର ବନ୍ଦୋବସ୍ତ କୁ ପାଳନ କରିବାରେ ଅକ୍ଷମ); ବା
(ଖ) Google ଆଇନ ଅନୁସାରେ କରିବାକୁ ଆବଶ୍ୟକ କରିଥାଏ (ଉଦାହରଣ ସ୍ଵରୂପ ଯେଉଁଠି ଆପଣଙ୍କୁ ସେବାର ବନ୍ଦୋବସ୍ତ ଲାଗୁ ଅଟେ ବା ସର୍ତ୍ତ ବିରୁଦ୍ଧ ହୋଇଥାଏ); ବା
(ଗ) ସେହି ଅଂଶୀଦାର ଯାହା ସହ Google ଆପଣଙ୍କୁ ସେବା ପ୍ରଦାନ କରିଥାଏ ତାହା ଏହାର ସମ୍ପର୍କ Google ସହିତ ସମାପ୍ତି କରିଦେଇଥାଏ କିମ୍ବା ଆପଣଙ୍କୁ ସେବା ପ୍ରଦାନ କରିବା ସ୍ଥଗିତ କରିଥାଏ; ବା
(ଘ) ଦେଶ ମଧ୍ୟରେ ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବା ନିମନ୍ତେ Google ଅବିଳମ୍ବେ ସ୍ଥାନାନ୍ତରଣ କରୁଛି ଯେଉଁଥିରେ ଆପଣ ବାସିନ୍ଦା ଅଟନ୍ତି କିମ୍ବା ଯେଉଁ ଠାରୁ ଆପଣ ସେବାଟି ବ୍ୟବହାର କରନ୍ତି; ବା
(ଙ) ଆପଣଙ୍କ ସକାଶେ Google ଦ୍ଵାରା ସେବାର ବନ୍ଦୋବସ୍ତ ହେଉଛି, Google ର ବିଚାରରେ, ପୃଥକ ଭାବରେ ବାଣିଜ୍ୟ ସଂକ୍ରାନ୍ତ ବିକାଶ କ୍ଷମ ଅଟେ ।
13.4 ଏହି ବିଭାଗରେ ସର୍ତ୍ତାବଳୀର ଧାରା 4 ଅନୁଯାୟୀ ସେବାର ବନ୍ଦୋବସ୍ତ ପ୍ରତି Google ର କୌଣସି ଅଧିକାରକୁ ପ୍ରଭାବିତ କରିବ ନାହିଁ ।
13.5 ଯେତେବେଳେ ଏହି ସର୍ତ୍ତାବଳୀ ଏକ ଶେଷ ଅବସ୍ଥାରେ ପହଞ୍ଚେ, ସେହି ସମୟରେ ଆପଣ ଓ Google ଅନୁଗ୍ରହ ପ୍ରାପ୍ତ କରିଥିବା ସମସ୍ତ ଆଇନ ସଙ୍ଗତ ଅଧିକାର, କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ଵ, ପ୍ରସଙ୍ଗ କ୍ରମେ ( କିମ୍ବା ଯେଉଁଟି ବହୁ ପୂର୍ବରୁ ସର୍ତ୍ତାବଳୀ ବଳବତ୍ତର ଥିବା ସମୟରୁ ଅଦ୍ୟାବଧି ଉପାର୍ଜିତ ହୋଇଥାଏ) କିମ୍ବା ଅନିଶ୍ଚିତ ରୂପେ ଅବ୍ୟାହତ ହେବାକୁ ଥିବା ଯେଉଁଗୁଡିକ ସ୍ପଷ୍ଟ ହୋଇଥାଏ, ତାହା ଏହି ଅବସାନ ଦ୍ଵାରା ଅପ୍ରଭାବିତ ରହିବ, ସୁତରାଂ ଅନୁଛେଦର ବନ୍ଦୋବସ୍ତ 20.7 ଉକ୍ତ ଅଧିକାର, କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ଵ ଗୁଡିକ ପ୍ରୟୋଗ ସକାଶେ ଅନିଶ୍ଚିତ ରୂପେ ଜାରି ରହିବ ।
14.କ୍ଷମତା ସମର୍ଥନର ବହିଷ୍କରଣ
14.1 ଏହି ସର୍ତ୍ତାବଳୀରେ କିଛି ବି ନୁହେଁ, ଧାରା 14 ଓ 15 ସହିତ କ୍ଷତି ନିମନ୍ତେ ଯେଉଁଟି ପ୍ରଯୁଜ୍ୟ ଆଇନ ଦ୍ଵାରା ବିଧିପୂର୍ଣ୍ଣଭାବେ ବହିଷ୍କୃତ କିମ୍ବା ସୀମିତ ତାହା GOOGLE ର ଆଶ୍ଵାସନା କିମ୍ବା ଉତ୍ତରଦାୟିତ୍ଵ ବହିଷ୍କରଣ କିମ୍ବା ସୀମାବଦ୍ଧ ହେବ । ଅବହେଳା ବଶତଃ କ୍ଷତି କିମ୍ବା ନଷ୍ଟ ହୋଇଥିବା ଉତ୍ତରଦାୟିତ୍ଵର ବହିଷ୍କରଣ, ଚୁକ୍ତି ଉଲଂଘନ, କିମ୍ବା ସୂଚିତ ଭାବ ଖଣ୍ଡନ ବା ପ୍ରସଙ୍ଗକ୍ରମେ ବା ପରିଣାମ ସ୍ଵରୂପ ହାନୀକୁ କେତେକ ବିଚାରଣା ନିର୍ଦ୍ଦିଷ୍ଟ ଆଶ୍ଵସନା ବା ଅବସ୍ଥା କିମ୍ବା ଉତ୍ତରଦାୟିତ୍ଵର ବହିଷ୍କରଣ ଅଥବା ସିମୀତତାକୁ ମଞ୍ଜୁର କରନ୍ତି ନାହିଁ । ତଦନୁଯାୟୀ, କେବଳ ସେହି ସିମୀତତା ଗୁଡିକ ଯେଉଁଗୁଡିକ ଆପଣଙ୍କର ବିଚାରଣାରେ ଆପଣଙ୍କୁ ଆଇନ ସଂଗତ ପ୍ରଯୁଜ୍ୟ ହେବ ତଥା ଆଇନ ଅନୁଯାୟୀ ଅନୁମୋଦିତ ସର୍ବାଧିକ ପରିଣାମ ସକାଶେ ଆମର ଉତ୍ତରଦାୟିତ୍ଵ ସିମୀତ ରହିବ ।
14.2 ଆପଣ ପ୍ରାକାଶ୍ୟଭବେ ଅନୁଭବ ଓ ସ୍ଵୀକାର କରନ୍ତି ଯେ ଆପଣଙ୍କ ସେବାର ବ୍ୟବହାର ଆପଣଙ୍କର ଏକାକୀ ବିପଦ ତଥା ସେହି ସେବାଗୁଡିକ "ଯଥାବତ୍" ଓ "ଯଥୋପଲବ୍ଧ" ସର୍ତ୍ତାନୁସାରେ ।
14.3 ବିଶେଷତଃ, GOOGLE, ଏହାର ସହଯୋଗୀ ସଂସ୍ଥା ଓ ଅଙ୍ଗୀଭୁତଗୁଡିକ, ତଥା ଏହାର ଲାଇସେନ୍ସର ଆପଣଙ୍କୁ ପ୍ରତିନିଧିତ୍ଵ କିମ୍ବା ସମର୍ଥନ କରନ୍ତି ନାହିଁ ଯେ :
(କ) ସେବାଗୁଡିକୁ ବ୍ୟବହାରରେ ଆପଣ ଆପଣଙ୍କର ଆବଶ୍ୟକ ଗୁଡିକୁ ପୁରାଣ କରିପାରିବେ,
(ଖ) ଆପଣଙ୍କର ସେବାର ଉପଯୋଗ ହସ୍ତକ୍ଷେପ ରହିତ, ସମୟାନୁଯାୟୀ, ନିରାପତ୍ତା କିମ୍ବା ତ୍ରୁଟି ମୁକ୍ତ ରହିବ,
(ଗ) ଆପଣଙ୍କର ସେବା ସକଳର ବ୍ୟବହାରର ପରିଣାମ ସ୍ଵରୂପ ଆପଣଙ୍କ ଦ୍ଵାରା ପ୍ରାପ୍ତ ଯେକୌଣସି ସୂଚନା ଯଥାର୍ଥ କିମ୍ବା ବିଶ୍ଵସ୍ତ ହେବ,ଏବଂ
(ଘ) ସେବାର ଏକ ଅଂଶ ସ୍ଵରୂପ ଆପଣଙ୍କୁ ପ୍ରଦାନ କରାଯାଇଥିବା ସେହି ଯେକୌଣସି ସଫ୍ଟୱେୟାର ଚାଳନା ଓ ପ୍ରକାର୍ଯ୍ୟ ଜନିତ ତ୍ରୁଟି ସଂଶୋଧିତ କରାଯିବ ।
14.4 ସେବାକୁ ଉପଯୋଗ କରି ଡାଉନଲୋଡ୍ କିମ୍ବା ଅନ୍ୟଥା ପ୍ରାପ୍ତ ହୋଇଥିବା ଯେକୌଣସି ସାମଗ୍ରୀ କେବଳ ଆପଣଙ୍କ ନିଜର ବିବେକ ଓ ସଂକଟ ପରିସ୍ଥିତିକୁ ନେଇ କରାଯାଇଥାଏ ତଥା ଏହି ଭାବେ ଯେକୌଣସି ସାମଗ୍ରୀ ଡାଉନ୍ଲୋଡ କରିବାରେ ପରିଣତ ସ୍ଵରୂପ ଆପଣଙ୍କର କମ୍ପ୍ୟୁଟର୍ର ସେହି ଯେକୌଣସି ହାନି କିମ୍ବା ଅନ୍ୟ ସାଧନ ବା ଡାଟାର କ୍ଷତି ପାଇଁ ଆପଣ ନିଜେ ଦାୟୀ ରହିବେ ।
14.5 GOOGLE କିମ୍ବା ତା'ମାଧ୍ୟମ ବା ସେବାରୁ ଆପଣଙ୍କ ଦ୍ଵାରା ପ୍ରାପ୍ତ କୌଣସି ଉପଦେଶ କିମ୍ବା ସୂଚନା ତାହା ମୌଖିକ ହେଉ ବା ଲିଖିତ ଭାବରେ ହେଉ, ଯଦି ସର୍ତ୍ତାବଳୀରେ ସ୍ପଷ୍ଟଭାବେ ବର୍ଣ୍ଣିତ ନୁହେଁ ତାହା କୌଣସି ଆଶ୍ଵସନା ସୃଷ୍ଟି କରିବ ନାହିଁ ।
14.6 GOOGLE ପୁଣି ଆଶ୍ଵସନା ଓ ଯେକୌଣସି ପ୍ରକାର ଅବସ୍ଥା ତାହା ସ୍ପଷ୍ଟ ବା ସୂଚିତ ଯେପରି ଭାବେ ହେଉ, ଅନ୍ତର୍ଭୁକ୍ତ କରେ, ପରନ୍ତୁ ସୂଚିତ ଆଶ୍ଵସନା ସହିତ ସିମୀତତା ନୁହେଁ ତଥା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ଉଲଂଘନ-ରହିତ ନିମନ୍ତେ ବାଣିଜ୍ୟ କ୍ଷମତାର ଅବସ୍ଥା, ଉପଯୁକ୍ତତା ହେଉ ବା ନ ହେଉ ସବୁଗୁଡିକୁ ସ୍ପଷ୍ଟ ଭାବରେ ଅଗ୍ରାହ୍ୟ କରେ ।
15. ଉତ୍ତରଦାୟିତ୍ଵର ସିମୀତତା
15.1 ଉପରୋକ୍ତ ଅନୁଛେଦ 14.1 ରେ ଥିବା ସାମଗ୍ରୀକ ସାପେକ୍ଷ ଅନୁଯାୟୀ, ଆପଣ ସ୍ପଷ୍ଟ ଭାବରେ ହୃଦବୋଧ ତଥା ସ୍ଵୀକାର କରନ୍ତି ଯେ GOOGLE, ଏହାର ସହଯୋଗୀ ଓ ଅଙ୍ଗୀଭୂତ ସଂସ୍ଥା ଏବଂ ଏହାର ଲାଇସେନ୍ସର ଆପଣଙ୍କ ନିମନ୍ତେ ଏଥିପାଇଁ ଉତ୍ତରଦାୟୀ ହେବେ ନାହିଁ:
(କ) ଯେକୌଣସି ପ୍ରତ୍ୟକ୍ଷ, ଅପ୍ରତ୍ୟକ୍ଷ, ଆକସ୍ମିକ, ସ୍ଵତନ୍ତ୍ର ଆନୁଷଙ୍ଗିକ କିମ୍ବା ଅନୁକରଣୀୟ ହାନି ଯାହା ଆପଣଙ୍କ ଦ୍ଵାରା ଉପୁଜିଥାଏ, ସେ ଯେପରି ଭାବେ ଘଟୁ ନା କାହିଁକି ତଥା ଉତ୍ତରଦାୟିତ୍ଵର ଯେକୌଣସି ଉପପାଦ୍ୟର ଅଧିନରେ ... ଏହା ଅନ୍ତର୍ଭୁକ୍ତ ହେବ, କିନ୍ତୁ ଲାଭର କୌଣସି କ୍ଷତିକୁ (ପ୍ରତ୍ୟକ୍ଷ ଭାବେ ହେଉ ବା ଅପ୍ରତ୍ୟକ୍ଷ ଭାବରେ ଯେପରି ଘଟୁ ନା କାହିଁକି), ଖ୍ୟାତିର ବା ବ୍ୟବସାୟ ସୁନାମର ଯେକୌଣସି କ୍ଷତି, ପ୍ରଭାବିତ ଡାଟାର ଯେକୌଣସି କ୍ଷତି, ପ୍ରତିବଦଳ ସାମଗ୍ରୀ ବା ସେବାର ହସ୍ତଗତ ଖର୍ଚ୍ଚ, କିମ୍ବା ଅନ୍ୟ ଅଦୃଶ୍ୟ କ୍ଷତି ସୀମିତ ହେବ ନାହିଁ;
(ଖ) ଯେକୌଣସି କ୍ଷତି ବା ହାନି ଯାହା ଆପଣଙ୍କ ଦ୍ଵାରା ଉପୁଜିଥାଏ, ତାହା ଅର୍ନ୍ତଭୂକ୍ତ କିନ୍ତୁ ଏହାର ପରିଣାମ ସ୍ଵରୂପ ତାହାର କ୍ଷତି ଓ ହାନି ସିମୀତ ନୁହେଁ:
(I) ଯେକୌଣସି ବିଜ୍ଞାପନର ସଂପୂର୍ଣ୍ଣତା, ବିଶୁଦ୍ଧତା କିମ୍ବା ଅସ୍ତିତ୍ଵ ଉପରେ ଆପଣଙ୍କର ଦ୍ଵାରା ସ୍ଥାପିତ ଯେକୌଣସି ବିଶ୍ଵାସ, କିମ୍ବା ଫଳସ୍ଵରୂପ ଯେକୌଣସି ସଂପର୍କିୟତା ବା ଆପଣ ଓ କୌଣସି ବିଜ୍ଞାପନଦାତା ବା ପ୍ରାୟୋଜକଙ୍କ ମଧ୍ୟରେ ବ୍ୟବସାୟ ଯାହାର ବିଜ୍ଞାପନ ସେବା ଉପରେ ପ୍ରତୀୟମାନ ହେଉଥାଏ;
(II) ସେ ଯେକୌଣସି ପରିବର୍ତ୍ତନ ସେବା ବା ସେବାର ବନ୍ଦୋବସ୍ତ ଭିତରେ ଯେକୌଣସି ସ୍ଥାୟୀ ବା ଅସ୍ଥାୟୀ (କିମ୍ବା ସେବାର ଯେକୌଣସି ବୈଶିଷ୍ଟ୍ୟ)ର ଅବସାନ ନିମନ୍ତେ GOOGLE ପରିବର୍ତ୍ତନ କରିପାରେ;
(III) ସେବାର ବ୍ୟବହାର ଆପଣଙ୍କ ଦ୍ଵାରା କିମ୍ବା ମାଧ୍ୟମରେ ଦୂଷିତ କରଣର, ବିଲୋପନ କରିବା, କିମ୍ବା ସଂଗ୍ରହଣରେ ବିଫଳତା, ଯେକୌଣସି ଅନ୍ତର୍ନିହିତ ବସ୍ତୁ ତଥା ଅନ୍ୟ ସଂକ୍ରମଣ ଡାଟା ପୃଷ୍ଠପୋଷକତା ବା ପ୍ରସାରଣତା;
(III) ଯଥାର୍ଥ ଖାତା ସୂଚନା ସହିତ GOOGLEକୁ ପ୍ରଦାନ କରିବାରେ ଆପଣଙ୍କର ବିଫଳତା;
(IV) ଆପଣଙ୍କର ପାସ୍ୱାର୍ଡ୍ କିମ୍ବା ଖାତାସବିଶେଷ ନିରାପଦ ଓ ଗୋପନୀୟ ଭାବେ ରଖିବାରେ ଆପଣଙ୍କ ବିଫଳତା;
15.2 ଏହି ପ୍ରକାରର ଯେକୌଣସି ସମ୍ଭାବ୍ୟ କ୍ଷତି ଉଦୀୟମାନରେ GOOGLE ପ୍ରତି ପୂର୍ବରୁ ପରାମର୍ଶଟି କିମ୍ବା ସତର୍କତା କରାଯାଇଥାଉ ବା ନଥାଉ ତାହା ଉପରୋକ୍ତ ଅନୁଛେଦ ।
16. କପିରାଇଟ୍ ଏବଂ ଟ୍ରେଡ୍ ମାର୍କ୍ ନୀତି ଗୁଡିକ
16.1 ଆରୋପିତ ସତ୍ତ୍ଵାଧିକାର ଉଲଂଘନର ସୂଚନାଗୁଡିକୁ ପ୍ରତ୍ୟୁତ୍ତର ଦେବା ଯାହା ପ୍ରଯୁଜ୍ୟ ଅନ୍ତର୍ଜାତୀୟ ବୌଦ୍ଧିକ ଗୁଣଧର୍ମ ଆଇନକୁ ପାଳନ କରିବା (ଯୁକ୍ତରାଷ୍ଟ୍ରରେ ଥିବା, ଡିଜିଟାଲ୍ ମିଲେନିୟମ କପିରାଇଟ୍ ନିୟମ, ସହିତ) ତଥା ପୁନରାବୃତ୍ତି ଉଲଂଘନ ଗୁଡିକର ହିସାବ ଅବସାନ କରିବା ଏହା Googleର ନୀତି ଅଟେ ।Google ନୀତି ର ସବିଶେଷ ଏଠି ଖୋଜା ଯାଇପାରେhttp://www.google.com/dmca.html.
16.2 Googleର ବିଜ୍ଞାପନ ବ୍ୟାପାର ସମ୍ପର୍କିତ ଏକ ବାଣିଜ୍ୟ ଅଭିଯୋଗ ପ୍ରଣାଳୀ Google ପ୍ରଚଳନ କରିଥାଏ, ଯାହାର ସବିଶେଷ ଏଠି ଖୋଜା ଯାଇପାରେ http://www.google.com/tm_complaint.html.
17. ବିଜ୍ଞାପନଗୁଡିକ
17.1 କେତେକ ସେବା ବିଜ୍ଞାପନ ଉପାର୍ଜନ ଦ୍ଵାରା ସମର୍ଥିତ ହୋଇଥାଏ ତଥା ବିଜ୍ଞାପନ ଓ ପ୍ରୋତ୍ସାହନ ଗୁଡିକୁ ପ୍ରଦର୍ଶନ କରିପାରନ୍ତି । ଅନ୍ୟ ସୂଚନା ବା ସେବାଗୁଡିକ ମାଧ୍ୟମରେ ଜିଜ୍ଞାସା, ସେବାଗୁଡିକର ଗଚ୍ଛିତ ସୂଚନାକୁ ଏହି ବିଜ୍ଞାପନ ହୁଏତ ଲକ୍ଷ୍ୟ କରିଛି ।
17.2 ସେବାଗୁଡିକରେ Google ଦ୍ଵାରା ବିଜ୍ଞାପନର ରୀତି, ଢଙ୍ଗ ଓ ପ୍ରସାର ଆପଣଙ୍କୁ ନିର୍ଦ୍ଦିଷ୍ଟିତ ସୂଚନା ବ୍ୟତିତ ପରିବର୍ତ୍ତନ ସାପେକ୍ଷ ।
17.3 Google ଆପଣଙ୍କୁ ସେବାଗୁଡିକୁ ପ୍ରବେଶ ଓ ତାହାର ଉପଯୋଗକୁ ଅନୁମୋଦନ କରିବା ବିବେଚନାରେ, ଆପଣ ସ୍ଵୀକାର କରନ୍ତି ଯେ ସେବାଗୁଡିକରେ Google ଏହି ପ୍ରକାର ବିଜ୍ଞାପନ ସ୍ଥାପନ କରିପାରେ ।
18. ଅନ୍ୟ ବିଷୟବସ୍ତୁ
18.1 ସେବାଗୁଡିକ ସେହି ଅନ୍ୟ ୱେବସାଇଟ୍ ବା ଅନ୍ତର୍ନିହିତ ବସ୍ତୁ କିମ୍ବା ଉତ୍ସଗୁଡିକ ସହିତ ହାଇପର୍ଲିଙ୍କଗୁଡିକୁ ଅର୍ନ୍ତଭୂକ୍ତ କରିପାରେ । Google ବ୍ୟତୀତ ଅନ୍ୟ କମ୍ପାନୀ କିମ୍ବା ବ୍ୟକ୍ତିବିଶେଷଙ୍କ ଦ୍ଵାରା ଯେଉଁ ୱେବ୍ସାଇଟ୍ କିମ୍ବା ଉତ୍ସ ଗୁଡିକ ପ୍ରଦାନ କରାଯାଇଥାଏ ସେଗୁଡିକ ଉପରେ Googleର ନିୟନ୍ତ୍ରଣ ନ ରହିପାରେ ।
18.2 ଆପଣ ସ୍ଵୀକାର ଓ ସହମତ କରନ୍ତି ଯେ ଏହି ପ୍ରକାର ବାହ୍ୟ ସାଇଟ୍ କିମ୍ବା ସମ୍ପଦ ଗୁଡିକର ଉପଲବ୍ଧତା ନିମନ୍ତେ Google ଉତ୍ତର ଦାୟୀ ନୁହେଁ, ତଥା ଏହି ପ୍ରକାର ୱେବ୍ସାଇଟ୍ ବା ଉତ୍ସଗୁଡିକରେ କିମ୍ବା ସେଥିରୁ ଉପଲବ୍ଧ କୌଣସି ବିଜ୍ଞାପନ, ଉତ୍ପାଦ କିମ୍ବା ଅନ୍ୟ ସାମଗ୍ରୀଗୁଡିକୁ ପୃଷ୍ଠାଙ୍କନ କରେ ନାହିଁ ।
18.3 ଆପଣ ସ୍ଵୀକାର ଓ ସହମତ କରନ୍ତି ଯେ Google ଯେକୌଣସି କ୍ଷତି ଓ ହାନି ସକାଶେ ଉତ୍ତରଦାୟିତ୍ଵ ନୁହେଁ କିମ୍ବା ଯେକୌଣସି ବିଜ୍ଞାପନର ସଂପୂର୍ଣ୍ଣତା, ବିଶୁଦ୍ଧତା କିମ୍ବା ଅସ୍ତିତ୍ଵ ଉପରେ ଆପଣଙ୍କର ଦ୍ଵାରା ସ୍ଥାପିତ ଯେକୌଣସି ବିଶ୍ଵାସ ପାଇଁ ,ଯେଉଁଗୁଡିକ ଉକ୍ତ ବାହ୍ୟ ସାଇଟ୍ ବା ଉତ୍ସଗୁଡିକର ଉପଲବ୍ଧତାର ପରିଣତି ସ୍ଵରୂପ ଉପୁଜିଥାଇ ପାରେ ।
19. ସର୍ତ୍ତାବଳୀକୁ ପରିବର୍ତ୍ତନ ଗୁଡିକ
19.1 Google ସମୟ ସମୟରେ ବିଶ୍ଵସ୍ତରୀୟ ସର୍ତ୍ତାବଳୀ କିମ୍ବା ଅତିରିକ୍ତ ସର୍ତ୍ତାବଳୀରେ ପରିବର୍ତ୍ତନ କରିପାରେ । ଯେତେବେଳେ ଏହି ପରିବର୍ତ୍ତନଗୁଡିକ କରାଯାଇଥାଏ, ସେତେବେଳେ Google http://www.google.com/accounts/TOS?hl=or ରେ ଉପଲବ୍ଧ ଥିବା ଏକ ବିଶ୍ଵସ୍ତରୀୟ ସର୍ତ୍ତାବଳୀର ଏକ ନୂତନ କପି କରାଯିବ ତଥା ପ୍ରଭାବିତ ସେବାଗୁଡିକ ମଧ୍ୟସ୍ଥ, କିମ୍ବା ମାଧ୍ୟମରୁ ଆପଣଙ୍କୁ ଯେକୌଣସି ନୂତନ କପି ଉପଲବ୍ଧ କରାଯିବ ।
19.2 ଆପଣ ହୃଦବୋଧ ଓ ସ୍ଵୀକାର କରନ୍ତି ଯେ ଯଦି ସେହି ତାରିଖ ପରେ ଆପଣ ସେବାଗୁଡିକୁ ଉପଯୋଗ କରନ୍ତି ଯେଉଁଥିରେ ବିଶ୍ଵସ୍ତରୀୟ ସର୍ତ୍ତାବଳୀ ବା ଅତିରିକ୍ତ ସର୍ତ୍ତାବଳୀ ପରିବର୍ତ୍ତନ ହୋଇଥାଏ, ତେବେ ଅଦ୍ୟତିତ ବିଶ୍ଵସ୍ତରୀୟ ସର୍ତ୍ତାବଳୀ ବା ଅତିରିକ୍ତ ସର୍ତ୍ତାବଳୀର ଉପଯୋଗକୁ ଆପଣଙ୍କ ସ୍ଵୀକାରୋକ୍ତି ରୂପେ Google ମାନିନେବ ।
20. ସାଧାରଣ ଆଇନ ସର୍ତ୍ତାବଳୀ
20.1 କେବେ କେମିତି ଆପଣ ଯେତେବେଳେ ସେବାଗୁଡିକୁ ଉପଯୋଗ କରନ୍ତି, ସେତେବେଳେ ଆପଣ (ପରିଣତି ସ୍ଵରୂପ, କିମ୍ବା ସେବାଗୁଡିକର ଆପଣଙ୍କ ଦ୍ଵାରା ଉପଯୋଗ) ସେହି ଏକ ସେବାକୁ ଉପଯୋଗ କିମ୍ବା ଏକ ସଫ୍ଟୱେୟାର୍ ଖଣ୍ଡଟିଏ ଡାଉନ୍ଲୋଡ୍ ବା ସାମାନ କ୍ରୟ, କରିପାରନ୍ତି ଯେଉଁଗୁଡିକ ଅନ୍ୟ ଏକ ବ୍ୟକ୍ତି ବା କମ୍ପାନୀ ଦ୍ଵାରା ଯୋଗାଯାଇଥାଏ । ଏହି ଅନ୍ୟ ସେବା, ସଫ୍ଟୱେୟାର୍ କିମ୍ବା ଦ୍ରବ୍ୟ ଗୁଡିକର ଆପଣଙ୍କର ଉପଯୋଗ, ଆପଣ ଓ ସଂପୃକ୍ତ କମ୍ପାନୀ ବା ବ୍ୟକ୍ତିଙ୍କ ମଧ୍ୟରେ ବିଭାଜନ ସାପେକ୍ଷ ହୋଇପାରେ । ଯଦି ଏହା ହୁଏ, ତେବେ ଉକ୍ତ କମ୍ପାନୀ ବା ବ୍ୟକ୍ତିବିଶେଷ ସହିତ ଥିବା ଆପଣଙ୍କର ଆଇନ ସଂପର୍କିୟତାକୁ ସର୍ତ୍ତାବଳୀ ପ୍ରଭାବିତ କରେ ନାହିଁ ।
20.2 ସର୍ତ୍ତାବଳୀଟିରେ ଆପଣ ଓ Google ମଧ୍ୟରେ ହୋଇଥିବା ଆଇନ ସଂଗତ ଚୁକ୍ତିନାମାଟିକୁ ସମଗ୍ର ଭାବେ ସଂଘଟିତ କରିଥାଏ ଏବଂ ଆପଣଙ୍କ ଦ୍ଵାରା ସେବାଗୁଡିକର ଉପଯୋଗକୁ ଶାସନ କରିଥାଏ (କିନ୍ତୁ ସେହି ସେବାଗୁଡିକ ବ୍ୟତୀତ ଯେଉଁଗୁଡିକ Google ଆପଣଙ୍କୁ ଏକ ପୃଥକ ଭାବେ ଲିଖିତ ଚୁକ୍ତିନାମା ଅଧିନରେ ପ୍ରଦାନ କରିପାରେ), ତଥା ଆପଣ ଓ Google ମଧ୍ୟରେ ପୂର୍ବରୁ ଥିବା ଯେକୌଣସି ସେବାଗୁଡିକ ସମ୍ପର୍କିୟ ଚୁକ୍ତିନାମାକୁ ସମ୍ପୁର୍ଣ୍ଣ ଭାବରେ ବିସ୍ଥାପନ କରିଥାଏ ।
20.3 ଆପଣ ସ୍ଵୀକାର କରନ୍ତି ଯେ ସୂଚନା ସହିତ ସେବାଗୁଡିକରେ ସର୍ତ୍ତାବଳୀର ଉକ୍ତ ପରିବର୍ତ୍ତନ ଗୁଡିକ ସମ୍ବନ୍ଧରେ ଇମେଲ୍, ନିୟମିତ ମେଲ୍, କିମ୍ବା ଡାକ ପ୍ରେରଣ ଦ୍ଵାରା Google ଆପଣଙ୍କୁ ପ୍ରଦାନ କରିପାରେ ।
20.4 ଆପଣ ସ୍ଵୀକାର କରନ୍ତି ଯେ ଯଦି Google କୌଣସି ଆଇନସଂଗତ ଅଧିକାର କିମ୍ବା ପ୍ରତିକାରକୁ ଅନୁଶୀଳନ କିମ୍ବା ପ୍ରଚଳନ କରେ ନାହିଁ ଯେଉଁଟି ସର୍ତ୍ତାବଳୀରେ ଅନ୍ତର୍ନିହିତ ଅଟେ (କିମ୍ବା ଯେକୌଣସି ପ୍ରଯୁଜ୍ୟ ବିଧି ଅନୁଯାୟୀ ଯେଉଁଟିରେ Google ଲାଭବାନ ହୋଇଥାଏ), ଏହା Googleର ଅଧିକାର ସମୂହର ଔପଚାରିକ ସତ୍ଵତ୍ୟାଗ କରିଦେବାକୁ ଗ୍ରହଣ କରାଯିବ ନାହିଁ ସୁତରାଂ ଉକ୍ତ ଅଧିକାର ବା ପ୍ରତିକାର ଗୁଡିକ ତଥାପି Google ପ୍ରତି ଉପଲବ୍ଧ ରହିବ ।
20.5 ଯଦି ଏହି ପ୍ରସଙ୍ଗରେ ନିଷ୍ପତି କରିବା ସକାଶେ କୌଣସି ଆଇନ-ଅଦାଲତ ରହିଥାଏ, ତେବେ ଦର୍ଶାଏ ଯେ ଏହି ସର୍ତ୍ତାବଳୀର ଯେକୌଣସି ବନ୍ଦୋବସ୍ତ ଅବୈଧ ଅଟେ, ତା'ପରେ ସର୍ତ୍ତାବଳୀର ଅବଶିଷ୍ଟାଶଂକୁ ପ୍ରଭାବିତ ନ କରି ସେହି ବନ୍ଦୋବସ୍ତଟିକୁ ଅପସାରଣ କରିଦିଆଯିବ । ସର୍ତ୍ତାବଳୀର ଅବଶିଷ୍ଟାଶଂ ବନ୍ଦୋବସ୍ତଗୁଡିକ ବୈଧ ଓ ପ୍ରଚଳନ କ୍ଷମ ହେବା ସକାଶେ ଅବ୍ୟାହତ ରହିବ ।
20.6 ଆପଣ ଏଥିରେ ସହମତ ଓ ସ୍ଵୀକାର କରନ୍ତି ଯେ ସେହି ଗୋଷ୍ଠୀ ବହୁଳ କମ୍ପାନୀଗୁଡିକର ପ୍ରତ୍ୟେକ ସଦସ୍ୟ ଯେଉଁଗୁଡିକ ନିମନ୍ତେ Google ହେଉଛି ମୂଳ ଜନକ ସେହିମାନେ ସର୍ତ୍ତାବଳୀ ସହ ତୃତୀୟପକ୍ଷ ହିତ ଗ୍ରାହୀ ହେବେ ସୁତରାଂ ଏହି ଭାବେ ସର୍ତ୍ତାବଳୀର ସେ ଯେକୌଣସି ବନ୍ଦୋବସ୍ତର ଅନ୍ୟ କମ୍ପାନୀମାନେ ପ୍ରତ୍ୟକ୍ଷ ପ୍ରଚଳନ ଓ ତା'ପ୍ରତି ନିର୍ଭର କରିବା ସକାଶେ ସତ୍ୟବାନ୍ ହେବେ ଯେଉଁଟି ସେମାନଙ୍କ ପ୍ରତି ଏକ ହିତକର (କିମ୍ବା ସେମାନଙ୍କର ପକ୍ଷରେ ଅଧିକାର) ପ୍ରଦାନ କରିଥାଏ । ଏତଦ୍ବ୍ୟତୀତ, ସର୍ତ୍ତାବଳୀ ପ୍ରତି ଅନ୍ୟ କୌଣସି ବ୍ୟକ୍ତି ବା କମ୍ପାନୀ ତୃତୀୟପକ୍ଷ ହିତ ଗ୍ରାହୀ ହେବେ ନାହିଁ ।
20.7 ସର୍ତ୍ତାବଳୀ ଅନୁଯାୟୀ ସର୍ତ୍ତାବଳୀ ଏବଂ Google ସହିତ ଆପଣଙ୍କର ସଂପର୍କିୟତା, ଏହାର ବନ୍ଦୋବସ୍ତ ଆଇନର ବିରୋଧ ଭାଷ ପ୍ରତି ବିଚାର କାଲିଫର୍ଣ୍ଣିଆ ରାଜ୍ୟ ଆଇନ ଅନୁସାରେ ଶାସିତ ହେବ । କାଲିଫର୍ଣ୍ଣିଆ ସର୍ତ୍ତାବଳୀରୁ ଉଦୟମାନ ଯେକୌଣସି ଆଇନ ସଂଗତ ପ୍ରସଙ୍ଗକୁ ନିର୍ଦ୍ଧାରଣ କରିବା ସକାଶେ, ସାନ୍ତା କ୍ଲାରା ଦେଶ ମଧ୍ୟସ୍ଥ ଅବସ୍ଥିତ ଅଦାଲତଗୁଡିକର ଅନନ୍ୟ ବିଚାରଣାକୁ ସମର୍ପଣ କରିବା ସକାଶେ ଆପଣ ଓ Google ସହମତ ଅଟନ୍ତି । ଏହାକୁ ଉପେକ୍ଷା ନକରି, ଆପଣ ସ୍ଵୀକାର କରନ୍ତି ଯେ ତଥାପି Google ଆଦେଶାତ୍ମକ ପ୍ରତିକାର (କିମ୍ବା ଏକ ସମତୂଲ୍ୟ ଜରୁରୀ ଆଇନ ସଂଗତ ସହାୟତା) ପ୍ରୟୋଗ କରିବା ସକାଶେ ମଞ୍ଜୁର ପ୍ରାପ୍ତ ହେବ ।
ଏପ୍ରିଲ 16, 2007
